ପରିବହନ ବିଭାଗର ସବୁ କାମ କେବଳ ଅନଲାଇନରେ ହିଁ ହେବ

ଭୁବନେଶ୍ୱର- ନୂଆବର୍ଷରୁ ପରିବହନ ବିଭାଗରେ ଲାଗୁ ହେବ ନୂଆ ବ୍ୟବସ୍ଥା । ପରିବହନ ବିଭାଗରେ ସଂସ୍କାର ସ୍ୱରୂପ ଏଣିକି କେବଳ ଅନଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଜାନୁଆରୀ ପହିଲାଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ଡିଏଲଠାରୁ ଆରମ୍ଭ କରି ଗାଡି ପରମିଟ ଭଳି ସବୁ କାର୍ଯ୍ୟରେ ମିଡିଲ ମ୍ୟାନ୍ ବା ଦଲାଲଙ୍କ ଭୂମିକା ରହୁଥିବା ନେଇ ଅଭିଯୋଗ ହେଲା ପରେ ଏଭଳି ପଦକ୍ଷେପ ନେଇଛି ବିଭାଗ । ଦଲାଲମାନଙ୍କ ଭୂମିକା ଅନେକାଂଶରେ କମିଥିଲେ ମଧ୍ୟ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପରିବହନ ବିଭାଗ ସମସ୍ତ କାର୍ଯ୍ୟ ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛି ।

Comments are closed.