ଆଇପିଏସ ସ୍ତରରେ ଛୋଟ ଅଦଳବଦଳ, ନୀତି ଶେଖର ହେଲେ ଅତିରିକ୍ତ ପୋଲିସ କମିଶନର

ଭୁବନେଶ୍ୱର – ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ନୀତି ଶେଖରଙ୍କୁ ଭୁବନେଶ୍ୱର-କଟକ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନୀତି ଶେଖର ହେଉଛନ୍ତି ୨୦୦୭ ବ୍ୟାଚର ଆଇପିଏସ ଅଫିସର । ଅତିରିକ୍ତ କମିଶନର ଥିବା ରେଖା ଲୋହାନିଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି । ମହିଳା ଓ ଶିଶୁ ଅପରାଧ ଶାଖାର ଏଡିଜି ହୋଇଛନ୍ତି ରେଖା ଲୋହାନି ।

Comments are closed.