ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଆମ ରାଜ୍ୟରେ ଯେତିକି ପଜିଟିଭିଟି ରେଟ୍ ଅଛି, ସେହି ହିସାବରେ ସାମ୍ପୁଲ୍ ସାଇଜ ନାହିଁ । ମହାରାଷ୍ଟ୍ର ସହ ଅନ୍ୟରାଜ୍ୟରେ ଓମିକ୍ରନ ବ୍ୟାପୁଛି । ଆମକୁ ବି ଏଥିପ୍ରତି ସଜାଗ ରହିବାକୁ ପଡିବ । ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଗୋଷ୍ଠୀ ସଂକ୍ରମଣ ହେଉ ବା ନ ହେଉ,କୋଭିଡ ସଂକ୍ରମଣ ରହିଛି । ଭାଇରସ ଥିଲେ, ମାମଲା ସଂଖ୍ୟା ବଢିବ । ସଂକ୍ରମଣ ନିୟନ୍ତ୍ରଣ କରିବାକୁ ହେବ । ଟିକା ହିଁ ସଂକ୍ରମଣ ରୋକିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.