ବିଏସକେୱାଇ କାର୍ଡ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ସମ୍ବଲପୁର: ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାକୁ କିଭଳି ଘରୋଇ ଡାକ୍ତରଖାନା ମାନେ ସଠିକ ଭାବେ କାର୍ଯ୍ୟକାରୀ କରୁଛନ୍ତି ତାହା ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶୁଭମ ସକସେନାଙ୍କ ଅଧ୍ୟକ୍ଷତାରେ ଏସଏସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଉଭୟ ହସ୍ପିଟାଲର କାର୍ଯ୍ୟଧାରା ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ର ସଠିକ ଉପଯୋଗ ନେଇ ସମୀକ୍ଷା ହେଇଥିଲା । କୌଣସି ବି କାର୍ଡ ଧାରୀ କୌଣସି ବି ଦ୍ୱନ୍ଦ୍ୱ ରେ ନ ପଡି ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ନର୍ସିଂ ହୋମ ରୁ ଆସିଥିବା ଡାକ୍ତର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ଓ଼ ଗୁଣାତ୍ମକ ଚିକିତ୍ସା ସରକାର ଯୋଗାଉଥିବାରୁ ଯେଭଳି କୌଣସି କାର୍ଡ ଧାରୀ ଏହି ସୁବିଧାରୁ ବଞ୍ଚିତ ନ ହେଉ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଚିକିତ୍ସା ଧାରା, ଔଷଧ, ଶଯ୍ୟା, ଡାକ୍ତର, ଷ୍ଟାଫ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜିଲ୍ଲାପାଳ ପଚାରି ବୁଝିଥିଲେ । ଏହି ବୈଠକର ଅନ୍ୟ ମାନଙ୍କ ମଧ୍ୟରେ ଏସପି ବି. ଗଙ୍ଗାଧର, ସିଡିଏମଓ଼ ଏଣ୍ଡ ପିଏଚଓ଼ ଡା. ଭରତ ଚନ୍ଦ୍ର ଦାସ, ଡ଼ିଏମଓ ଡ଼. ଅଲେଖ ମହାପାତ୍ର,ଡିପିଏମ ଡ. ମୌସୁମୀ ମିଶ୍ର, ପ୍ରଜ୍ଞା ପରିମିତା ଦାସ, ଘରୋଇ ହସ୍ପିଟାଲ ର ପ୍ରପାଇଟର ଏବଂ ବିଏସକେୱାଇ ର ସ୍ୱାସ୍ଥ୍ୟ ମିତ୍ର ମାନେ ଉପସ୍ଥିତ ଥିଲେ ।

Comments are closed.