୨୩ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ଆସିଲା ବିସ୍ତୃତ ତଥ୍ୟ

ଭୁବନେଶ୍ୱର- ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରଷ ଓ ୪ ଜଣ ମହିଳା ଅଛନ୍ତି । ୧୧ ବିଦେଶ ଫେରନ୍ତା ଥିବା ବେଳେ ୧୨ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବୟସ ୮ରୁ ୮୩ ବର୍ଷ । ଜଣେ ଆକ୍ରାନ୍ତଙ୍କ ବର୍ଷ ୮୩ ବର୍ଷ ବୟସ ହୋଇଥିବା ବେଳେ ଜଣେ ୮ ବର୍ଷର ଶିଶୁ ବି ସଂକ୍ରମିତ ହୋଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।

Comments are closed.