ବିଶାଖାପାଟଣା ବେଳାଭୂମିରେ ଟ୍ରାଜେଡି, ଗାଧୋଉଥିବା ବେଳେ ବୁଡିଗଲେ ଚାରି ଓଡିଆ, ଦୁଇ ଜଣଙ୍କ ମୃତଦେହ ଉଦ୍ଧାର

ବିଶାଖାପାଟଣା – ବିଶାଖାପାଟଣାର ଲୋକପ୍ରିୟ ଆରକେ ବେଳାଭୂମିରେ ଗାଧୋଉଥିବା ବେଳେ ଦୁଇ ଜଣ ଓଡିଆ ଯୁବକ ସମୁଦ୍ରରେ ବୁଡିଯାଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବେଳାଭୂମିରେ ଚାରି ଜଣ ଓଡିଆ ଯୁବକ ଗାଧୋଉଥିବା ବେଳେ ଉଚ୍ଚ ଲହରୀ ଆସିବାରୁ ସେମାନେ ସମୁଦ୍ର ଭିତରକୁ ଟାଣି ନେଇଥିଲେ । ସେମାନେ ହଠାତ ନିଖୋଦ ହୋଇଯାଇଥିଲେ । ଲାଇଫ ଗାର୍ଡମାନେ ଖୋଜାଖୋଜି କରି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଆଉ ଦୁଇ ଜଣଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି ।

Comments are closed.