କିଶୋରଙ୍କ ଟିକାକରଣ ଆରମ୍ଭ, ଅନ ଦି ସ୍ପଟ ପଂଜୀକରଣ କରି ବି ନେଇ ହେବ ଟିକା

ଭୁବନେଶ୍ୱର- ରାଜ୍ୟରେ କିଶୋରମାନଙ୍କ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଜାନୁଆରୀ ୧ ତାରିଖରୁ ପଂଜିକରଣ ଆରମ୍ଭ ହୋଇଥିଲା । ୩ ହଜାର ୧୯୩ଟି ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । କେବଳ କିଶୋରମାନଙ୍କ ପାଇଁ ୯୩୯ଟି ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଅନଲାଇନ ପଂଜିକରଣ କରିଥିଲେ ସିଧାସଳଖ ଆସି କିଶୋରମାନେ ଟିକା ଦେଇପାରିବେ । ଯେଉଁମାନେ ଅନଲାଇବ ପଂଜିକରଣ କରିନାହାନ୍ତି, ସେମାନେ ଅନ ଦି ସ୍ପଟ୍ ପଂଜିକରଣ କରି ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.