ଘରୋଇ କଳିରୁ ମାତ୍ର ଦେଢ ମାସର ପୁଅକୁ କୂଅରେ ଫିଙ୍ଗି ମାରିଲା ମାଆ

କେନ୍ଦ୍ରାପଡା – ପାରିବାରିକ କଳହର କରୁଣ ପରିଣତି । ଘରୋଇ କଳିରୁ ପିଶାଚିନୀ ସାଜିଲା ମାଆ । ମାତ୍ର ଦେଢ ମାସର ଶିଶୁ ପୁଅକୁ ହତ୍ୟା କରିଛି ଜନ୍ମଦାତ୍ରୀ ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ଛାତିଥରା ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା ମାଆ । କୂଅରୁ ମୃତଦେହ ଉଦ୍ଧାର କରାଯାଇଛି । ମାଆ ହିଁ ଶିଶୁକୁ କୂଅରେ ପକାଇ ହତ୍ୟା କରିଛି ବୋଲି ମୃତ ଶିଶୁର ଆଈ କହିଛନ୍ତି । ପୋଲିସ ବାପା, ମାଆଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Comments are closed.