ପୌର ନିର୍ବାଚନ ପାଇଁ ପ୍ରାଥମିକ ପ୍ରସ୍ତୁତି : ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଚିଠ

ଭୁବନେଶ୍ୱର- ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠାରୁ ଆରମ୍ଭ ହେବ ପ୍ରକ୍ରିୟା । ୨୦୧୧ ଜଣଗଣନା ଆଧାରରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ କରାଯିବ । ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ହେବ ସୀମା ପୁନଃ ନିର୍ଦ୍ଧାରଣ । ଅଣସୂଚିତ ଅଂଚଳରେ ଓବିସି ସଂରକ୍ଷଣ ରହିବ ନାହିଁ । ଜାନୁଆରୀ ୫ ସୁଦ୍ଧା ମହାନଗର ନିଗମର ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଆସିବ । ୭ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବ । ଜାନୁାପୀ ୧୨ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିପାରିବେ ଲୋକେ । ଜାନୁଆରୀ ୧୩ ତାରିଖରେ ପ୍ରକାଶ ପାଇବ ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ବିଜ୍ଞପ୍ତି ।

Comments are closed.