କନିଷ୍ଠ ଓ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର – କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇଛି । ସେମାନେ ୯ ହଜାର ୨୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୧୩ ହଜାର ୮୦୦ ଟଙ୍କା । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭ ହଜାର ୪୦୦ରୁ ୧୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏ ବର୍ଷ ଜାନୁଆରୀ ପହିଲାରୁ ବର୍ଦ୍ଧିତ ଦରମା ଲାଗୁ ହେବ । ଏହା ଦ୍ୱାରା ୩୩ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ ।

Comments are closed.