‘ମାଇ ଲର୍ଡ’ କି ‘ଇୟୋର ଅନର୍‌’ ନୁହେଁ, ହାଇକୋର୍ଟ ବିଚାରପତିଙ୍କୁ ଏଣିକି ‘ସାର୍‌’ ସମ୍ବୋଧନ କରାଯିବ

କଟକ- ଏଣିକି ହାଇକୋର୍ଟରେ ବିଚାରପତିମାନଙ୍କୁ ‘ମାଇ ଲର୍ଡ,’ ‘ଇୟୋର ଅନର୍‌’ ଓ ‘ଇୟୋର ଲର୍ଡସିପ୍’ ସମ୍ବୋଧନ କରାଯିବ ନାହିଁ । ଏଥିପାଇଁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପକ୍ଷରୁ ପରାମର୍ଶ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଚାରପତିଙ୍କୁ ‘ମାଇ ଲର୍ଡ’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ କରିବାକୁ ଆଇନଜୀବୀ ଓ ପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ସମ୍ବୋଧନ ପୂର୍ବରୁ ‘ଅନରେବଲ’ ଉପସର୍ଗ ଯୋଗ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସାର୍ ସମେତ କୋର୍ଟ ମର୍ଯ୍ୟାଦା ସଂଗତ ସମ୍ବୋଧନ ରୀତି ଯଥେଷ୍ଟ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ତାଲିକାରେ ପରାମର୍ଶ ଦିଆଯାଇଛି ।

Comments are closed.