ସମ୍ବଲପୁର ଜିଲ୍ଲାପାଳଙ୍କ ଅଚାନକ ବଦଳି ଦିବ୍ୟଜ୍ୟୋତି ପରିଡା ନୂଆଁ ଜିଲ୍ଲାପାଳ

ସମ୍ବଲପୁର : ଆଜି ଅଚାନକ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ଅଚାନକ ବଦଳି। ଖାଲି ବଦଳି ନୁହେଁ ତୁରନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦଶେନାମା ଜାରି ହୋଇଛି। ସେପଟେ, ରାଉରକେଲା ମହାନଗର ନିଗମର କମିଶନର ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡାଙ୍କୁ ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶୁଭମଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ଦିବ୍ୟଜ୍ୟୋତିଙ୍କ ସ୍ଥାନରେ ବାଲିଗୁଡା ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି।

ତେବେ, ଶୁଭମଙ୍କ ଏହି ଅଚାନକ ବଦଳି ପୁଣି ତୁରନ୍ତ ଦାୟିତ୍ବ ହସ୍ତାନ୍ତର ଖବରକୁ ନେଇ ସବୁ ମହଲରେ ଚର୍ଚ୍ଚ। ଜୋର ଧରିଛି। ସେମିତି ବି ଶୁଭମଙ୍କ କାର୍ଯ୍ୟକାଳ ଅନେକ ସମୟରେ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ପୂର୍ବତନ ଜିଲ୍ଲାପାଳ ବଲବନ୍ତ ସିଂହ ଏବଂ ସମର୍ଥ ବର୍ମାଙ୍କ ସମୟରେ ହୋଇଥିବା ବିକାଶ ଧାରା ସର୍ବକାଳୀନ ରେକର୍ଡ ଟପିଥିଲା। ହେଲେ ଶୁଭମଙ୍କ ସମୟରେ ତାହା ଶୀଥିଳ ପଡିଯାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା। ସେପଟେ, କୋଭିଡ୍ ସମୟରେ ଦୀର୍ଘ ୩ ମାସ ଧରି ତାଙ୍କ ଅନୁପସ୍ଥିତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ତେବେ, ବର୍ତ୍ତମାନ ରାଜ୍ୟ ସରକାର ବିକାଶ ସାଙ୍ଗକୁ ୫ଟି ଏବଂ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସେବାକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ ଏହି ଦୃଷ୍ଟିରୁ ସରକାର ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚ। ହେଉଛି।

Comments are closed.