ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ପାରାଦ୍ୱୀପ ହେଉଛି ଏକ ବାଣିଜ୍ୟିକ କ୍ଷେତ୍ର। ପୂର୍ବରୁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ବିଚାର କରାଯାଉଥିବା ଜଣାପଡେ। ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ଝଙ୍କଡ଼ ଶାରଳା ହେଉଛନ୍ତି ଏହି କ୍ଷେତ୍ର ଅନ୍ତର୍ଭୁକ୍ତ। ମାଳିକା ବର୍ଣ୍ଣିତ ଷୋଳମଣ୍ଡଳ ଭିତରୁ ପ୍ରଥମେ ହେଉଛି ସାରଳା ମଣ୍ଡଲ ଓ ଦ୍ଵିତୀୟ ରେ ହେଉଛି ଭଗବତିଆ ଆଲ ।
ଲୋକକଥା ଆଧାରରେ ରୁଷି ପରାଷର ଏହି ବାଟେ ପାରିହୋଇଥିବାରୁ ତାର ନାମ ଥିଲା ପରାଷର ଦ୍ବୀପ। ପରେ ଏହା ଅପଭ୍ରଂଶ ହୋଇ ନାମ ହୋଇଛି ପାରାଦ୍ଵୀପ । ଏହି ସ୍ଥାନରେ ଋଷି ପରାଷର ଅନେକ ଦିନଧରି ତପସ୍ୟା କରିଥିଲେ । ତେବେ ବର୍ତ୍ତମାନ ସମୟରେ ପାରାଦ୍ଵୀପ ବଦଳି ଯାଇଛି । ଯାହା ଜଣାଯାଏ ପୁରାତନ ଯୁଗରେ ଏଠାରେ ବାଣିଜ୍ୟ କାରବାର ହେଉଥିଲା। ଏହି ପାରାଦୀପ ରେ ରହିଛି କପିଲମୁନି ଙ୍କ ଏକ ଆଶ୍ରମ ଓ ସେହିସ୍ଥାନରେ ରହିଛି ଏକ ଆମଣିଆ କ୍ଷେତ୍ର ବା ଅମୁହାଁ ଦେଉଳ ବୋଲି ମାଳିକାରେ ପ୍ରମାଣ ଅଛି।
ପାରାଦ୍ୱୀପରେ ରହିଛି ଏକ ଉଦୟ ବଟ । ପାରଦୀପ ର ସେହି ତ୍ରିକୋଣ ଭୂମିରେ ବହୁ ଦେବାଦେବୀ ମନ୍ଦିର ବିଦ୍ୟମାନ। ମାଳିକା ବର୍ଣ୍ଣିତ ଏହି ଉଦୟ ବଟ ରେ ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦ ନିଜର ସାଧନା କରିଥିଲେ। ସିଦ୍ଧି ମଧ୍ୟ ଏଠାରେ ପ୍ରାପ୍ତ କରିଥିଲେ। ଶେଷରେ ଭଗବାନ ଙ୍କୁ ପ୍ରାର୍ଥନା କରି କହିଥିଲେ ପ୍ରଭୁ ଏତେ ଆଡେ ଭ୍ରମଣ କଲି ମୋତେ କେଉଁ ସ୍ଥାନ ଆପଣ ଦେବେ? ପ୍ରଭୁ ନିର୍ଦେଶ ଦେଇ ପଦ୍ମବଟ ନେମାଳ ସେହି ସ୍ଥାନ ଦେବେ ବୋଲି କହିଥିଲେ । ତେବେ ମା ରାମଚଣ୍ଡୀଙ୍କ କୃପାରୁ ଉଦୟ ବଟ ରୁ ପଦ୍ମବଟ ନେମାଳ କୁ ଆଣିଥିଲେ । ତେବେ ଭାରତ ରେ ଥିବା ଜମ୍ବୁଦ୍ଵୀପ ହେଉଛି ପାରାଦ୍ଵୀପ ବୋଲି ମାଳିକାରେ ବର୍ଣ୍ଣନା ରହିଛି।
ପାରାଦ୍ଵୀପ ମଣ୍ଡଳରେ ପାଞ୍ଚଟି ବଟ ଅଛି। ଗୋଟେ ଵିମ୍ୱର ଅଛି । ସେହି ପାଞ୍ଚବଟ ହେଉଛି ଉଦୟ ବଟ ,ଶାରଳା ବଟ, ରତ୍ନ ବଟ ,ଆଉ ଗୋଟେ ନେମାଳ ବଟ ଏହି ପାଞ୍ଚୋଟି ବଟ ହେଲେ ଏ ହୁଏ ଗିରିଧାରୀ ତୁଠ । ଏହି ଉଦୟ ବଟରେ ଆଜିବି ରହିଛି ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦଙ୍କ ସାଧନା ସ୍ଥଳୀ। ଏହି ପିଠକୁ ଲୋକ ଲୋଚନକୁ ଆଣିଥିବା ମହାପୁରୁଷ ଶ୍ରୀ ରାଜୀବ ଲୋଚନ ଦାସ ଙ୍କ ରହିଛି ପୂର୍ଣ ସମାଧି ମନ୍ଦିର, କଳ୍କୀ ମନ୍ଦିର, ଶୁନ୍ୟ ଶ୍ରୀଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ଅନ୍ୟାନ୍ୟ ମଠ ମହନ୍ତ ଙ୍କ ସମଧିସ୍ଥଳ। ବଟ ବୃକ୍ଷର ଗହଳରେ ପରିପୂର୍ଣ୍ଣ ଏହି ସ୍ଥାନଟି ରକ୍ଷଣାବେକ୍ଷଣ ଅଭାବରୁ ଆଜି ଶ୍ରୀହୀନ। ତଥାପି ଏହା ଆମ ଐତିହ୍ୟର ସ୍ବାକ୍ଷର ବହନ କରି ସମାଜକୁ ଆଧ୍ୟାତ୍ମିକ ଚେତନା ବିତରଣ କରୁଛି।
Comments are closed.