ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା – ଆଜିଠାରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ ୨୧ଟି ଟିମ୍ ନିୟୋଜିତ ଅଛନ୍ତି । ସାତପଡା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି,ନଳବଣ ଓ ନୂଆପଡାରେ ଗଣନା ଆରମ୍ଭ ହୋଇଛି । ବନ୍ୟପ୍ରାଣୀ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ସୁରକ୍ଷା ସମିତି ସଭ୍ୟ ଓ ସାମାଜିକ ସଂଗଠନର ସଦସ୍ୟ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି ।

Comments are closed.