ଚିଲିକାକୁ ବିଦେଶୀ ପକ୍ଷୀ ସଂଖ୍ୟା କମିଲା

ଖୋର୍ଦ୍ଧା – ଚଳିତବର୍ଷ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ପକ୍ଷୀ ଗଣନା ସରିଲା ପରେ ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ଚିଲିକାକୁ ୧୦ ଲକ୍ଷ ୭୪ ହଜାର ୧୭୩ ବିଦେଶୀ ପକ୍ଷୀ ଆସିଛନ୍ତି । ଗତବର୍ଷ ଏହି ସଂଖ୍ୟା ଥିଲା ୧୨ ଲକ୍ଷ ୪୨ ହଜାର ୮୨୬ । ଗତବର୍ଷ ତୁଳନାରେ ଏ ବର୍ଷ ୧ ଲକ୍ଷ ୮୬ ହଜାର ୬୫୩ କମ୍ ପକ୍ଷୀ ଚିଲିକାକୁ ଆସିଛନ୍ତି । ଚଳିତବର୍ଷ ସମୁଦାୟ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଚିଲିକା ଆସିଛନ୍ତି । ଏଥର ଶୀତ ଅଧିକ ଥିଲେ ମଧ୍ୟ ପକ୍ଷୀଙ୍କ ସଂଖ୍ୟା କମ୍ ରହିଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ ଗତକାଲି ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା ।

Comments are closed.