ନବୋଦୟ ବିଦ୍ୟାଳୟରେ କୋରୋନା, ୩୬ ଛାତ୍ରଛାତ୍ରୀ ଆକ୍ରାନ୍ତ

ସୁନ୍ଦରଗଡ- ସୁନ୍ଦରଗଡ ସର୍ଗିପାଲି ଜିଙ୍କ୍‌ନଗର ସ୍ଥିତ ନବୋଦୟ ବିଦ୍ୟାଳୟର ୩୬ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ସିଡିଏମଓ କହିଛନ୍ତି । ଆଜି ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ବିଦ୍ୟାଳୟକୁ ବିଶୋଧନ କରାଯିବ । କୋରୋନା ପଜିଟିଭ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି ।

Comments are closed.