ରାଜ୍ୟରେ ଓମିକ୍ରନ ସଂକ୍ରମଣର ତୀବ୍ରତା ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଓମିକ୍ରନ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସବୁ ଜିଲ୍ଲାରେ କୋରୋନାର ଏହି ନୂଆ ଭାରିଆଂଟର ଉପସ୍ଥିତି ଦେଖିବାକୁ ମିଳିଛି । ସଂକ୍ରମଣ ଆଗକୁ ଆହୁରି ବଢିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ତୀବ୍ରତା ନାହିଁ , ଯଦି ଏହା ବଢିବ, ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଟିକାକରଣ,ସର୍ଭିଲାନଓ ଜାରି ରହିଛି । ବର୍ତ୍ତମାନ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି । ଆଇସିୟୁ ବେଡ୍ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି ।

Comments are closed.