କଟକରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ- କଟକ ସହରରେ ବହୁ ପ୍ରତୀକ୍ଷିତ ୱାଟର ଟ୍ରିଟମେଂଟ୍ ପ୍ଲାଂଟ୍ ଓ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ମିଶନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ମିଶନର ଶୁଭାରମ୍ଭ କରିଛନ୍ତି । ଏହି ମେଗା ପ୍ଲାଂଟର ଦ୍ୱାରା କଟକର ଘରେ ଘରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ କରାଯିବ । କଟକ ସହରର ୫୯ଟି ୱାର୍ଡ ଓ ଏହାର ଉପକଣ୍ଠ ଅଞ୍ଚଳର ୧୦ ଲକ୍ଷରୁ ଅଧିକ ଲୋକ ପିିଇବା ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରନ୍ତି । ତେବେ ପାଣି ଦୂଷିତ ହେବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁଜଳ ଯୋଜନା ମାଧ୍ୟମରେ ମହାନଦୀରୁ ପାଣି ଅଣାଯାଇ ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ କରାଯିବା ସହ ପାଇପ ଲାଇନରେ ଘରକୁ ସପ୍ଲାଇ କରାଯିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପରେ କ୍ୟାଣ୍ଟନମେଣ୍ଟ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ । ୨୦୨୩ ସୁଦ୍ଧା ସହରର ସବୁ ଲୋକ ବିଶୁଦ୍ଧ ପାଣିର ସୁବିଧା ପାଇବେ ।

Comments are closed.