ଶାଢି ଚୋରି କରି ଗିରଫ ହେଲେ ମହିଳା ସହକାରୀ ରାଜସ୍ୱ ନୀରିକ୍ଷକ

ଯୁଯୁମରା- ଆଉ ଜଣେ ସରକାରୀ ଚାକିରିଆ ଚୋରି କରି ଧରାପଡିଛନ୍ତି । କିଛି ଦିନ ତଳେ ଜଣେ ଥାନା ବାବୁ ଛେଳି ଚୋରି କରି ସସପେଣ୍ଡ ହୋଇଥିଲେ । ଏଥର ଜଣେ ସହକାରୀ ରାଜସ୍ୱ ନିରୀକ୍ଷକ ଶାଢି ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି । ଏକ ଶୋ ରୁମରୁ ୩୫ ହଜାର ଟଙ୍କାର ଏକ ଶାଢି ଚୋରି କରିଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମରା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ସଂଧ୍ୟା ଆନନ୍ଦ ଦୋରାଙ୍କୁ ଗିରଫ କରାଯାଇଛି । ଥାନାରେ ଅଭିଯୋଗ ହେଲା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ସଂଧ୍ୟା ଆନନ୍ଦ ଦୋରାକୁ ଗିରଫ କରିଛି ।

Comments are closed.