ଚିହ୍ନଟ ନୂଆ ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ବିଦେଶ ଫେରନ୍ତା

ଭୁବନେଶ୍ୱର- ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୪ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ବିଦେଶ ଫେରନ୍ତା । ଅନ୍ୟ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବେଳେ ନରୱେ, କାତାର ଓ ସିଙ୍ଗାପୁରରୁ ଜଣେ ଲେଖାଏଁ ଫେରିଛନ୍ତି । ଗତ ଡିସେମ୍ବର ୨୧ ତାରିଖରୁ ଆଜି ଯାଏଁ ରାଜ୍ୟରେ ମୋଟ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

Comments are closed.