ଏସଟିଏଫ କବଜାରେ ଅନ୍ତଃରାଜ୍ୟ ଡ୍ରଗ ମାଫିଆ ଏସ.କେ ଲାଲୁ

ଭୁବନେଶ୍ୱର – କୁଖ୍ୟାତ ଅନ୍ତଃରାଜ୍ୟ ଡ୍ରଗ ମାଫିଆ ଏସ.କେ ଲାଲୁକୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଗତ ୭ ଓ ୮ ତାରିଖରେ ପଲସିପରା ଥାନାର ବରନାଲଦହାରେ ଚଢାଉ କରିଥିଲା ଏସଟିଏଫ୍ । ଲାଲୁକୁ ୫ ଦିନ ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଏସଟିଏଫ ଓଡିଶା ଆଣିଛି । ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ସଫିକୁଲ୍ ଏସକେ ସହ ଲିଙ୍କ୍ ଅଭିଯୋଗରେ ଏସ.କେ ଲାଲୁକୁ ଗିରଫ କରାଯାଇଛି । ପଚରାଉଚରା ବେଳେ ସଫିକୁଲ୍ ଏସ.କେ ଲାଲୁ ସଂପର୍କରେ ତଥ୍ୟ ଦେଇଥିଲା । ଗତବର୍ଷ ଅକ୍ଟୋବର ୨୦ ତାରିଖରେ ସଫିକୁଲ୍ ଏସ.କେ ପାଖରୁ ୧ କିଲୋ ୪୩ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଏସଟିଏଫ । ସେବେଠାରୁ ଫେରାର ହୋଇଯାଇଥିଲା ଏସ.କେ ଲାଲୁ ।

Comments are closed.