ଭୁବନେଶ୍ୱରରେ କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କଲା ବିଏମସି

ଭୁବନେଶ୍ୱର- ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ହାଇଟେକ୍ ଓ କିମ୍ସ ହସପିଟାଲ ସହ ବିଏମସି ବୁଝମଣା ପତ୍ର ସ୍ୱାକ୍ଷର କରିଛି । ସମ୍ ଓ ଆଦିତ୍ୟ ଅଶ୍ୱିନୀକୁ ମିଶାଇ ହସପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇଛି । କିମ୍ସରେ ୫୦୦ ଓ ହାଇଟେକରେ ୧୩୯ କୋଭିଡ ଶଯ୍ୟା ପାଇଁ ଅନୁମତି ଦିଆଯାଇଛି । ପୂର୍ବରୁ ସମ୍‌ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍‌ର ବ୍ୟବସ୍ଥା ଥିଲା । ଏବେ ଭୁବନେଶ୍ୱରରେ କୋଭିଡ ବେଡ୍ ସଂଖ୍ୟା ୧ ହଜାର ୬୯୯କୁ ବୃଦ୍ଧି ପାଇଛି ।

ପଟିଆ ଓ ଡୁମୁଡୁମାରେ ବିଏମସି ୨ଟି କୋଭିଡ କେୟାର ସେଂଟର ଖୋଲିଛି । ହସପିଟାଲ ଓ ବେଡ୍ ସଂଖ୍ୟା ବୃଦ୍ଧି ନେଇ ବିଏମସି କମିଶନର ସଂଜୟ ସିଂହ ସୂଚନା ଦେଇଛନ୍ତି ।

Comments are closed.