ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ସଂକ୍ରମଣ ପିକ୍ ?

ଭୁବନେଶ୍ୱର- ରାଜ୍ୟରେ ଚଳିତମାସ ଶେଷ ସୁଦ୍ଧା କୋରୋନା ସଂକ୍ରମଣ ପିକ୍ ଛୁଇଁପାରେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଜାନୁଆରୀ ୧୫ ତାରିଖ ସୁଦ୍ଧା କୋରୋନା ସଂକ୍ରମଣ ପିକ୍ ଛୁଇଁବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେହି ଅନୁସାରେ ଓଡିଶାରେ ତାହାର ୧୦ରୁ ୧୫ ଦିନ ପରେ ସଂକ୍ରମଣ ପିକ୍ ଛୁଇଁପାରେ । ଦେଶରେ କୋରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ମୁଖ୍ୟତଃ ୪-୫ଟି ଜିଲ୍ଲାରେ ସଂକ୍ରମଣ ଅଧିକ ହେଉଛି । ସବୁ ଜିଲ୍ଲାରେ ଓମିକ୍ରନର ବି ଉପସ୍ଥିତି ରହିିଛି । ରାଜ୍ୟରେ ଟେଷ୍ଟ, ସର୍ଭିଲାନ୍ସ ଓ ଟିକାକରମକୁ ମଧ୍ୟ ବୃଦ୍ଧି କରାଯାଇଛି । ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.