ରାଜ୍ୟ ସରକାରଙ୍କ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି, ୩୨ରୁ ହେବ ୩୮

ଭୁବନେଶ୍ୱର- ରାଜ୍ୟ ସରକାର ଆସନ୍ତା ୩ ବର୍ଷ ପାଇଁ ସମସ୍ତ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଥିସହିତ ମୋ ୧୨ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ଏବେ ୩୨ ବର୍ଷ ରହିଛି । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମହିଳା ଓ ଭିନ୍ନକ୍ଷମଙ୍କ ନିମନ୍ତେ ଏହା ଅତିିରିକ୍ତ ବୟସ କୋହଳ ସୀମା ଧାର୍ଯ୍ୟ କରାଯାଇଥିଲା । ଆଜି କ୍ୟାବିନେଟ୍ ଓଡିଶା ବେସାମରିକ ସେବା ( ଉଚ୍ଚ ବୟସସୀମା ) ନିୟମ -୧୯୮୯ର ସଂଶୋଧନକୁ ଅନୁମୋଦନ କରି ସର୍ବୋଚ୍ଚ ଚାକିରି ବୟସସୀମା ୩୨ ରୁ ୩୮କୁ ବୃଦ୍ଧି କରିଛନ୍ତି ।

Comments are closed.