ଘୋଡ଼ାହାଡ଼ ଜଳଭଣ୍ଡାରରେ କୁମ୍ଭୀର ସଂଖ୍ୟା ବୃଦ୍ଧି

ଦିଗପହଣ୍ଡି: ବ୍ରହ୍ମପୁର ବନଖଣ୍ଡ ଦ୍ବାରା କୁମ୍ଭୀର ଗଣନା ସମ୍ପନ୍ନ ହୋଇଛି। ବନ ବିଭାଗ କର୍ମଚାରୀମାନ କୁମ୍ଭୀର ଥିବା ବନଖଣ୍ଡର ବୃହତ ଜଳଭଣ୍ଡାର ଘୋଡ଼ାହାଡ଼ରେ ଗଣନା କରିଛନ୍ତି। ଏଥର ୭୬ଟି କୁମ୍ଭୀର ଠାବ କରାଯାଇଛି ଯାହା ଗତଥର ଠାରୁ ୪ଟି ଅଧିକ। ଜଳଭଣ୍ଡାର ମଧ୍ୟରେ ୫୮ଟି ଓ ଆଖପାଖ ଅଞ୍ଚଳରେ ୧୮ଟି କୁମ୍ଭୀର ଚିହ୍ନଟ ହୋଇଛନ୍ତି। ୨୦୨୧ ମସିହା ଗଣନା ବେଳେ ଜଳଭଣ୍ଡାର ମଧ୍ୟରେ ୫୩ଟି ଓ ଆଖପାଖ ଅଞ୍ଚଳରେ ୧୯ଟି କୁମ୍ଭୀର ଠାବ କରାଯାଇଥିଲା। ଅର୍ଥାତ ଡ୍ୟାମରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ, ଏସିଏଫ୍ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି।

Comments are closed.