ଅଭିନେତା ମିହିର ଦାସଙ୍କ ଆସନ୍ତାକାଲି ଶେଷକୃତ୍ୟ, ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ଗାର୍ଡ ଅଫ୍ ଅନର

ଭୁବନେଶ୍ୱର- ଲୋକପ୍ରିୟ ସିନେ ତାରକା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର ଦିନ ହେବ । ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି । ଆଜି ମିହିର ଦାସ ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କଟକର ଏକ ଘରୋଇ ହସପିଟାଲରେ ବହୁଦିନ ଧରି ଚିକିତ୍ସିତ ହେଉଥିଲେ । ମିହିର ଦାସଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭେଟେରାନ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

Comments are closed.