ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ମହାନ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ତାଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ବି ପାଳନ କରାଯାଏ ।ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବକମାନେ ହେଉଛନ୍ତି ଗୋଟିଏ ଜାତିର ଭବିଷ୍ୟତ । ଯୁବଗୋଷ୍ଠୀର ପ୍ରେରଣା ରହିଥିବା ସ୍ୱାମୀ ବିବେକାନନ୍ଦଙ୍କ ବାଣୀ, ନୀତି ଓ ଆଦର୍ଶ ଯୁବକମାନଙ୍କୁ ସର୍ବଦା ସତପଥରେ ପରିଚାଳିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ।

Comments are closed.