ଆଜିଠାରୁ ନିଟ୍ ପିଜି କାଉନସେଲିଂ ଆରମ୍ଭ

ଭୁବନେଶ୍ୱର- ୨୦୨୧-୨୨ ବର୍ଷ ପାଇଁ ଏମିବିବିଏସ, ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ ଆରମ୍ଭ ହେଉଛି । ଆଜି ମଧ୍ୟାହ୍ନ ୧୨ଟାରୁ ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ, ଅନଲାଇନ ଆବେଦନ ସହ ଫି ଡିପୋଜିଟ୍‌, ଡକ୍ୟୁମେଂଟ୍ ଅପଲୋଡିଂ ଓ ଅନଲାଇନ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବ । ଓଜେଜେଇର ୱେବସାଇଟ୍ ରେ ଏ ସଂପର୍କିତ ସମସ୍ତ ତଥ୍ୟ ମିଳିପାରିବ ।

ଜାନୁଆରୀ ୨୪ ତାରିଖରେ ଏ ସଂପର୍କିତ ସବୁ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ଜାନୁଆରୀ ୨୪ରେ ଓଜେଇଇ କର୍ତ୍ତୃପକ୍ଷ ପ୍ରୋଭିଜିନାଲ ମେରିଟ ଲିଷ୍ଟ ତାଲିକା ପ୍ରକାଶ କରିବେ । ଜାନୁଆରୀ ୨୭ ତାରିଖରେ ଫାଇନାଲ ମେରିଟ ଲିଷ୍ଟ ପ୍ରକାଶ ପାଇବ ।

Comments are closed.