ବିଜେଡିର ସାଂଗଠନିକ ସ୍ତରରେ ନୂଆ ନିଯୁକ୍ତି

ଭୁବନେଶ୍ୱର – ବିଜେଡିର ସାଂଗଠନିକ ସ୍ତରରେ କେତେକ ନୂଆ ନିଯୁକ୍ତି ଦିଆଯାଇଛି । ତିନି ଜଣଙ୍କୁ ବରିଷ୍ଠ ସାଧାରଣ ସଂପାଦକ, ୪ ଜଣଙ୍କୁ ସାଧାରଣ ସଂପାଦକ ଓ ୭ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ମହେଶ ସାହୁ,ପ୍ରଦୀପ ମାଝୀ, ପ୍ରଫୁଲ୍ଲ ମାଝୀ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଅରିନ୍ଦମ ରାୟ, ଧନୁ ର୍ଯ୍ୟୟ ସିଦ୍ଧୁ, କୈଳାଶ କୁଲେସିକା ସାଧାରଣ ସଂପାଦକ ହୋଇଛନ୍ତି । ବିଶ୍ୱରଂଜନ ମଲ୍ଲିକ, ରମେଶ ଚନ୍ଦ୍ର ପରିଡା, ପ୍ରଦୀପ ସାହୁ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଦିଲ୍ଲୀପ ସାହୁ, ସୁନୀଲ ଦାସ, ମହେଶ ହେଂବ୍ରମ ଓ ପ୍ରିୟବ୍ରତ ସାମନ୍ତରାୟ ମଧ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସବୁ ନୂଆ ନିଯୁକ୍ତି ଦେଇଛନ୍ତି ।

Comments are closed.