ଅଣାୟତ୍ତ କୋରୋନା : ରାଜ୍ୟରେ ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୩ ହଜାର ୧୮୮ ପଜିଟିଭ

ଭୁବନେଶ୍ୱର- କୋରୋନାର ତୃତୀୟ ଲହରରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୫୯ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୮୭୨ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୫ ହଜାର ୮୩୩ ଏବଂ ସ୍ଥାନୀୟ ଅଂଚଳରୁ ୪ ହଜାର ୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୩ ହଜାର ପାର କରିଛି । ଦିନକରେ ଜିଲ୍ଲାରୁ ସର୍ବାଧିକ ୩ହଜାର ୧୮୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୧ ହଜାର ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ ଓ ସମ୍ବଲପୁରରୁ ୫୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୪୨୩, ବାଲେଶ୍ୱରରୁ ୨୭୮, ପୁରୀ ଜିଲ୍ଲାରୁ ୨୭୨, ଝାରସୁଗୁଡାରୁ ୨୧୯, ବଲାଙ୍ଗିରରୁ ୨୧୬, ଯାଜପୁରରୁ ୨୧୨, କୋରାପୁଟରୁ ୧୫୫, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଭଦ୍ରକରୁ ୧୩୮, ରାୟଗଡାରୁ ୧୩୧, କଳାହାଣ୍ଡିରୁ ୧୨୩, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୦୯, ସୋନପୁରରୁ ୧୦୬, ନୟାଗଡରୁ ୧୦୨, ଗଜପତିରୁ ୮୨, ବରଗଡରୁ ୭୬, ନୂଆପଡାରୁ ୬୬, କେନ୍ଦ୍ରାପଡାରୁ ୫୧, ଢେଙ୍କାନାଳରୁ ୫୦, ଅନୁଗୁଳରୁ ୪୬,କନ୍ଧମାଳରୁ ୩୬,ଦେବଗଡରୁ ୧୮, ମାଲକାନଗିରିରୁ ୧୭, ବୌଦ୍ଧରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୭୨୪ ମାମଲା ଆସିଛି ।

ରାଜ୍ୟରେ ଏ ଯାଏ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୧୬ ହଜାର ୬କୁ ବୃଦ୍ଧି ପାଇଥିବା ବେଳେ ୧୦ ଲକ୍ଷ ୪୮ ହଜାର ୭୩୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୪୪ ହଜାର ୩୪୯କୁ ବୃଦ୍ଧି ପାଇଛି ।

Comments are closed.