ଫୁଲଚନ୍ଦନ ଫେମ୍ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର- ଓଡିଆ ସିନେମାର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ବାରିପଦାରେ ଥିବା ନିଜର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସରୋଜ ପଟ୍ଟନାୟକ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ପେଶାରେ ଜଣେ ଇଂଜିନିୟର ଥିବା ସରୋଜ ଅଭିମାନ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଫୁଲ ଚନ୍ଦନ, ଅଭିଳାଷ ଓ ହାକିମବାବୁ ଭଳି ଚଳଚ୍ଚିତ୍ରର ହିଟ୍ ସଂଗୀତର ନିର୍ଦ୍ଦେଶକ ଥିଲେ ସରୋଜ । ଅଭିଳାଷ ଓ ଫୁଲଚନ୍ଦନ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଥିଲେ ।

Comments are closed.