ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍ : ଜରୁରୀ ନ ଥିଲେ ରୋଗୀଙ୍କୁ ଭର୍ତ୍ତି ନ କରିବାକୁ ହସପିଟାଲଗୁଡିକୁ ନିର୍ଦ୍ଦେଶ, ଆରମ୍ଭ ହେବ ଟେଲି ମେଡିସିନ ସେବା

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ନୂଆ ଗାଇଡଲାଇନ୍ । ରାଜ୍ୟର ସମସ୍ତ ମେଡିକାଲ କଲେଜ,କ୍ୟାପିଟାଲ ହସପିଟାଲ୍ ଓ ଆରଜିଏଚ୍ ପାଇଁ ଗାଇଡଲାଇ ଜାରି ହୋଇଛି । ସଂକ୍ରମଣ ରୋକିବା ପାଇଁ କୋଭିଡ କଟକଣା କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଆବଶ୍ୟକ ନ ଥିଲେ ରୋଗୀଙ୍କୁ ହସପିଟାଲରେ ଭର୍ତ୍ତି ନ କରିବାକୁ କୁହାଯାଇଛି । କେବଳ ଜରୁରୀ ଅସ୍ତ୍ରୋପଚାର ହିଁ ହେବ । ଗୁରୁତର ରୋଗୀଙ୍କ ସହ ଜଣେ ଆଟେଣ୍ଡାଂଟ୍ ହିଁ ରହିପାରିବେ । ହସପିଟାଳରେ ଅନାବଶ୍ୟକ ଆଡମିଶନକୁ ଏଡାଇବା ସହ ସମସ୍ତ ଇଲେକ୍ଟିଭ ସର୍ଜରୀ ବନ୍ଦ କରାଯିବ । କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର ହୋଇପାରିବ । ଟେଲି ମେଡିସିନ ସେବା ବ୍ୟବହାର କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.