ହ୍ୱିଲ ଚେୟାରରେ ୨୪ ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ବିଶ୍ୱ ରେକର୍ଡ କଲେ ଓଡିଆ ପୁଅ କମଳାକାନ୍ତ

ଭୁବନେଶ୍ୱର- ଓଡିଶାକୁ ଗୌରବାନ୍ୱିତ କଲେ ଦିବ୍ୟାଙ୍ଗ କମଳାକାନ୍ତ ନାୟକ । ହ୍ୱିଲ ଚେୟାରରେ ୨୪ ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି କମଳାକାନ୍ତ । ୨୮ ବର୍ଷିୟ କମଳାକାନ୍ତ ହ୍ୱିଲ ଚେୟାରରେ ୨୪ ଘଣ୍ଟାରେ ୧୮୩ ଦଶମିକ ୫୪ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ଏଥିସହ ସେ ପର୍ତ୍ତୁଗାଲର ମାରିଓଙ୍କ ନାଁରେ ଥିବା ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି କମଳକାନ୍ତ । ମାରିଓ ହ୍ୱିଲ ଚେୟାରରେ ୧୮୨ ଦଶମିକ ୪ କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ପୁରୀ ଜିଲ୍ଲା ବାସିନ୍ଦା କମଳାକାନ୍ତ ରାଜମହଲରୁ ମାଷ୍ଟରକ୍ୟାଂଟିନ ଯାଏଁ ହ୍ୱିଲ ଚେୟାରରେ ଯିବା ଆସିବା କରିଥିଲେ । ବିଶ୍ୱ ରେକର୍ଡ କରିବା ପାଇଁ ଗତକାଲି ଅପରାହ୍ନ ୩ଟାରୁ ପ୍ରୟାସ ଆରମ୍ଭ କରିଥିଲେ କମଳାକାନ୍ତ ।

Comments are closed.