ପ୍ରଜାକୋର୍ଟରେ ବ୍ୟକ୍ତିଙ୍କୁ ହତ୍ୟା କରି ମୃତଦେହ ଜାଳିଦେଲେ ମାଓବାଦୀ

ମାଲକାନଗିରି- ମାଓବାଦୀଙ୍କ ବର୍ବରତା । ମାଲକାନଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ମାଓବାଦୀମାନେ ପ୍ରଜାକୋର୍ଟ କରି ଆନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ, ମାଓବାଦୀମାନେ ତାଙ୍କ ମୃତ ଦେହକୁ ଜାଳି ଦେଇଛନ୍ତି । ଗତ ଗୁରୁବାର ଦିନ ଆନନ୍ଦଙ୍କୁ ମାଓବାଦୀମାନେ ତାଙ୍କର ଦଳଦଳି ଗାଁରୁ ଡାକି ନେଇଥିଲେ । ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଶନିବାର ଦିନ ପ୍ରଜାକୋର୍ଟ କରି ତାଙ୍କୁ ମୃତ୍ୟୁଦଣ୍ଡ ଦେବା ସହ ମୃତ୍ୟୁଦେହକୁ ଜାଳି ଦେଇଥିବା କୁହାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.