ସଂକ୍ରମଣର ଡବଲିଂ ଟାଇମ୍ ଓ ଅଭିବୃଦ୍ଧି ହାର କମିଛି : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ୍ ଓ ଅଭିବୃଦ୍ଧି ହାର କମିଛି । ବର୍ତ୍ତମାନ ରାଜ୍ୟରେ ୭୫ ହଜାର ସକ୍ରିୟ ମାମଲା ରହିଥିବା ବେଳେ ମାତ୍ର ୧୨ ଶହ ଆକ୍ରାନ୍ତ ହିଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ହସପିଟାଲ ଉପରେ କୌଣସି ଚାପ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।ା ଆଜି ଦୈନିକ ସଂକ୍ରମଣ କମ୍ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ସଠିକ ଆକଳନ କରିବା କଷ୍ଟକର ବୋଲି ସେ କହିଛନ୍ତି । ଏଥିପାଇଁ ମାସେ ଅପେକ୍ଷା କରିବାକୁ ପଡିବ । ଦ୍ୱିତୀୟ ତରଙ୍ଗ ପରି ଖୋର୍ଦ୍ଧା, ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ଆଗକୁ ମଧ୍ୟ ଏଭଳି ରହିବ ।

Comments are closed.