ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ହସପିଟାଲାଇଜେସନ ବହୁତ କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ହସପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ ବେଡ୍‌ରେ ୯ ପ୍ରଶିଶତ ରୋଗୀ ଥିବା ବେଳେ ଆଇସିୟୁ ବେଡରେ ୧୫ ପ୍ରତିଶତ, ଭେଂଟିଲେଟରରେ ୫ରୁ ୬ ପ୍ରତିଶତ ରହିଛି । ପେଡ୍ରିଆଟିକ୍ ଆଡମିସନ ବହୁତ କମ୍ ରହିଥିବା ନେଇ ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ତୃତୀ ଲହରରେ ହସପିଟାଲ୍ ଆଡମିଶନ ଓ ଅକ୍ସିଜେନ ଆବଶ୍ୟକତା କମ୍ ରହିଛି । ବର୍ତ୍ତମାନ ରାଜ୍ୟରେ କିଛିଦେନ ହେବ ୧୦ରୁ ୧୧ ହଜାର ଭିତରେ ସଂକ୍ରମଣ ରହୁଛି । ଏହି ଟ୍ରେଣ୍ଡ୍ ସଂପର୍କରେ ଜାଣିବା ପାଇଁ ଅତିକମରେ ୧୦ରୁ ୧୫ ଦିନ ସମୟ ଦରକାର ।

Comments are closed.