ବଲାଙ୍ଗିର ଜିଲ୍ଲା ସମରସିଂ ଗାଁରେ ଭୋଟ ବର୍ଜନ ପାଇଁ ଲୋକଙ୍କୁ ଆହ୍ୱାନ ସଂପର୍କିତ ପୋଷ୍ଟର ବ୍ୟାନର

ବଲାଙ୍ଗୀର – ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ସମରସିଂ ଗାଁରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚମ ବର୍ଜନ କରିବାକୁ ଗାଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ବ୍ୟାନର ପୋଷ୍ଟର ଓଡିଆ ଭାଷାରେ ଲେଖା ହୋଇଛି । ବଲାଙ୍ଗିର-ବରଗଡ-ମହାସମୁନ୍ଦ ଡିଭିଜନର ନାଁ ବ୍ୟାନର ପୋଷ୍ଟର ତଳେ ଲେଖା ହୋଇଛି । ତୁରେକେଲା ପୋଲିସ ଏସବୁ ପୋଷ୍ଟର ବ୍ୟାନର ଜବତ କରିଛି । ଏହା ପ୍ରକୃତରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ନା ଲୋକଙ୍କୁ ଡରାଇବା ପାଇଁ ଉଦ୍ୟମ , ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.