ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ହସ୍ତତନ୍ତ ନିଗମର ସହ ନିର୍ଦ୍ଦେଶକ ଓ ମାଷ୍ଟର କ୍ରାଫ୍ଟସମ୍ୟାନ୍‌

ଯାଜପୁର – ବ୍ୟାସନଗରରେ ଥିବା ହସ୍ତତନ୍ତ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମାଷ୍ଟର କ୍ରାଫ୍ଟସମ୍ୟାନ ଲକ୍ଷ୍‌ମୀପ୍ରିୟା ମହାରଣାଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ । ଖଗେଶ୍ୱର ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ ମେଟେରିଆଲ ଓ ଟୁଲକିଟ୍ ପାଇଁ ୭୬ ହଜାର ଟଙ୍କା ପାଇବାକୁ ଥିବା ବେଳେ ୨୦ ହଜାର ଟଙ୍କା ଦେଲେ ବିଲ୍ ପାସ କରାଇଦେବେ ବୋଲି ପ୍ରଭାତ ମିଶ୍ର କହିଥିଲେ । ଖଗେଶ୍ୱରଙ୍କଠାରୁ ଲକ୍ଷ୍‌ମୀପ୍ରିୟା ୨୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧୀ କ୍ଷକଙ୍କ ଦ୍ୱାରା ଧରାପଡିଥିଲେ । ଉଭୟ ପ୍ରଭାତ ମିଶ୍ର ଓ ଖଗେଶ୍ୱରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Comments are closed.