ସ୍ଥଳସେନା ଓ ବାୟୁସେନାକୁ ଉପକରଣ ଯୋଗାଇବ ଗଂଜାମ ସ୍ଥିତ କଂପାନି, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର-ମେକ୍ ଇନ୍ ଓଡିଶାର ସଫଳତା । ଗଞ୍ଜାମ ସ୍ଥିତ କଂପାନି ଆନାଡ୍ରୋନ୍ ସିଷ୍ଟମ୍ସକୁ ମିଳିଛି ଏକ ବଡ କଂଟ୍ରାକ୍ଟ । ଭାରତୀୟ ସ୍ଥଳସେନାର ଆଡିସିନାଲ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ ପବ୍ଲିକ୍ ଇନଫର୍ମେସନ ଓ ଭାରତୀୟ ବାୟୁସେନାର ମିଡିଆ କୋଅର୍ଡିନେସନ ସେଂଟରକୁ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଯୋଗାଇବ ଆନାଡ୍ରୋନ୍ ସିଷ୍ଟମ୍ସ । ଦୁଇ ସଂସ୍ଥାକୁ ଏକ୍ସପେଣ୍ଡେବଲ୍ ଏରିଏଲ୍ ଟାର୍ଗେଟସ ଆଣ୍ଡ୍ ଆସୋସିଏଟେଡ୍ ଇକ୍ୟୁପମେଂଟ ଯୋଗାଣ କରିବାକୁ ଗଞ୍ଜାମ କଂପାନିକୁ କଂଟ୍ରାକ୍ଟ ମିଳିଛି । ପୂର୍ବରୁ ଏସବୁ ଉପକରଣ ବିଦେଶରୁ ଆମଦାନୀ କରାଯାଉଥିଲା ବେଳେ ଏବେ ଆନାଡ୍ରୋନ ସିଷ୍ଟମ୍ସ କଂପାନିକ ଓଡିଶାରେ ଉତ୍ପାଦନ କରିବ । ଏହା ମେକ୍ ଇନ୍ ଓଡିଶାର ସାମର୍ଥ୍ୟକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ଆନାଡ୍ରୋନ୍ ସିଷ୍ଟମ୍ସକୁ କଂଟ୍ରାକ୍ଟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.