ଓଡିଶା ପ୍ରଶାସନିକ ସେବା -୨୦୨୦ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର-ଓଡିଶା ଲୋକସେବା ଆୟୋଗ-ଓପିଏସସି ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା -୨୦୨୦ରେ ମେନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ସାରା ରାଜ୍ୟର ୧୬ଟି କେନ୍ଦ୍ରରେ ମୋଟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କେବଳ ଭୁବନେଶ୍ୱର ଜୋନରେ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କଡା କୋରୋନା କଟକଣା ମଧ୍ୟରେ ପରୀକ୍ଷା ହେଉଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ବେଂଚରେ ମାତ୍ର ଜଣେ ପରୀକ୍ଷାର୍ଥୀ ହିଁ ବସିବା ବ୍ୟବସ୍ଥା ହୋଇଛି । ପରୀକ୍ଷା ଫେବ୍ରୁଆରୀ ୮ ତାରିଖ ଯାଏଁ ଚାଲିବ । ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ । ସକାଳ ୯ଟାରୁ ୧୨ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ରୁ ୫ଟା ଯାଏଁ ଦ୍ୱିତୀୟ ସିଟିିଂ ପରୀକ୍ଷା ହେବ ।

Comments are closed.