‘ବୁଲ୍ଲି ବାଈ’ ଆପ୍ ମାମଲାରେ ଓଡିଶାରୁ ଜଣେ ଗିରଫ ସୂଚନା

ମୁମ୍ବାଇ – ବିବାଦୀୟ ‘ବୁଲ୍ଲି ବାଈ’ ଆପ୍ ମାମଲାରେ ଆଉ ଜଣେ ଅଭିଯୁକ୍ତ ଧରାପଡିଛି । ଓଡିଶାରୁ ଧରାପଡିଛି ଅଭିଯୁକ୍ତ । ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି । ଏହାକୁ ମିଶାଇ ଏହି ମାମଲାରେ ଏ ଯାଏଁ ୫ ଜଣଙ୍କୁ ଗିରଫ କରାଯାଇଛି ।

ପୂର୍ବରୁ ପୋଲିସ ଏହି ବିବାଦୀୟ ଆପ୍ ମାମଲାରେ ବିଶାଖା ଝା, ଶ୍ୱେତା ସିଂହ, ମୟଙ୍କ ରାୱତ ଓ ନୀରଜ ବିଷ୍ନୋଇଙ୍କୁ ଗିରଫ କରିସାରିଛି । ବୁଲ୍ଲି ବାଈ ଆପ୍ ଜରିଆରେ କିଛି ପ୍ରମୁଖ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା । ସେମାନଙ୍କ ଫଟୋରେ ଆପତ୍ତିଜନକ ଟିପ୍ପଣୀ ମଧ୍ୟ କରାଯାଉଥିଲା ।

Comments are closed.