ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର- ଓଡିଶାର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ବରଗଡ ଜିଲ୍ଲା ସୋହେଲା ବ୍ଲକ ପାଣିମୋରା ଗାଁରେ ଆଖି ବୁଜିଛନ୍ତି ଶତାୟୁ ସଂଗ୍ରାମୀ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାର ସାମନା କରୁଥିଲେ ଜିତେନ୍ଦ୍ରିୟ ।

ମାତ୍ର ୨୩ ବର୍ଷ ବୟସରେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇଥିଲେ ଜିତେନ୍ଦ୍ରିୟ । ଗତବର୍ଷ ଅଗଷ୍ଟ କ୍ରାନ୍ତି ଦିବସରେ ଜିତେନ୍ଦ୍ରିୟଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ବରଗଡ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।

Comments are closed.