ଘାଟିରେ ବସ୍ ଦୁର୍ଘଟଣା, ୮ ଗୁରୁତର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ନିକଟ ରାଶିବାଡ ଘାଟିରେ ବସ୍ ଦୁର୍ଘଟଣା । ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଆସୁଥିବା ଇସ୍ପାତ ନାମକ ଘରୋଇ ବସଟି ଆଜି ପୂର୍ବାହ୍ନରେ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସି ପଡିଥିଲା। ବସରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୮ରୁ ଅଧିକ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆହତମାନଙ୍କୁ ନିକଟସ୍ଥ ଜିରାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।

Comments are closed.