ନବୀନ ପୁଣି ଥରେ ନମ୍ବର -୧ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନବୀନ ପଟ୍ଟନାୟକ ପୁଣି ଥରେ ଲୋକପ୍ରିୟ ଓ ନମ୍ବର-୧ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାରର କାର୍ଯ୍ୟଶୈଳୀରେ ଲୋକେ ସନ୍ତୁଷ୍ଟ । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦି ନେସନ ସର୍ଭେରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ବେଶ୍ ଆଗରେ ରହିଛି । ୭୧ ଦଶମିକ ୧ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ବୋଲି ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେ ଫଳାଫଳରୁ ଜଣାପଡିଛି ।

ଲୋକପ୍ରିୟତା ତାଲିକାରେ ନବୀନ ହୋଇଛନ୍ତି ଏକ ନମ୍ବର ମୁଖ୍ୟମନ୍ତ୍ରୀ । ନବୀନଙ୍କ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ୱିତୀୟ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତୃତୀୟ ସ୍ଥାନରେ ରହିଛନ୍ତି । ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କର ପ୍ରଦର୍ଶନ ସେତେ ଉନ୍ନତ ନାହିଁ ବୋଲି ସର୍ଭେରୁ ଜଣାପଡିଛି ।

Comments are closed.