ରାଜ୍ୟରେ ସଂକ୍ରମଣ ହ୍ରାସ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଟେଷ୍ଟିଂ କମିନାହିଁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ସକ୍ରିୟ ମାମଲା ସଂଖ୍ୟା ଦୃଷ୍ଟିରୁ ଓଡିଶା ଏବେ ଅଷ୍ଟମ ସ୍ଥାନରେ ରହିଛି । ସକ୍ରିୟ ମାମଲା ଅଧିକ ହେବାର ଦୁଇଟି କାରଣ ରହିଛି । ଅଧିକ ରୋଗୀ ଚିହ୍ନଟ କରାଯାଉଛି । ସେଥିପାଇଁ ଅଧିକ ପଜିଟିଭ ବାହାରୁଛନ୍ତି । ଦ୍ୱିତୀୟରେ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଛି । ଆଉ ୪-୫ ଦିନ ନଜର ରଖିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତୃତୀୟ ଲହର ପିକ୍‌ରେ ପହଂଚିଛି ବୋଲି ଏବେଠାରୁ କହିହେବ ନାହିଁ ବୋଲି ସେ କହିଛନ୍ତି । ତଳମୁହାଁ ଗତିକୁ ସମାନ୍ତରାଳ ସ୍ଥିତି ବୋଲି କହିହେବ ବୋଲି ସେ କହିଛନ୍ତି ।

ମୃତ୍ୟୁ ସଂଖ୍ୟା ବଢିବା ନେଇ ସେ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟାର ପରିସଂଖ୍ୟାନ ଭିନ୍ନ । ଏବେ ବି ୬ ପ୍ରତିଶତ ରୋଗୀ ଭେଂଟିଲେଟରରେ ଅଛନ୍ତି । ଭେଂଟିଲେଟରରେ ଥିବା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୮୦ରୁ ୯୦ ପ୍ରତିଶତ ରହିଥାଏ । ଭେଂଟିଲେଟରେ ଥିବା ରୋଗୀ ଓ ସହରୁଗଣତା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି ।

Comments are closed.