ରାଜ୍ୟରେ ସଂକ୍ରମଣର ପିକ୍ ପାର ହେବା ଲାଗୁଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଗତ ତିନି ଦିନ ଧରି ଦୈନିକ କୋରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ପିକ୍ ପାର କରିସାରିଛି । ଡାକ୍ତର ନିରୋଜ ମିଶ୍ରଙ୍କ ମତରେ ରାଜ୍ୟରେ କୋରୋନା ସଂକ୍ରମଣର ପିକ ୫-୬ ଦିନ ପୂର୍ବରୁ ଅତିକ୍ରମ କଲା ଭଳି ଲାଗୁଛି । ଆଗକୁ ଯଦି କିଛି ବଢିବ, ତାହା ସାମାନ୍ୟ ହେବ ବୋଲି କହିଛନ୍ତି ନିରୋଜ ମିଶ୍ର । ବର୍ତ୍ତମାନ ଟ୍ରେଣ୍ଡ୍ ନିମ୍ନଗାମୀ ରହୁଛି । ଆଗାମୀ ସପ୍ତାହ ସୁଦ୍ଧା କେସ୍ ଲୋଡ୍ ବହୁତ କମି ଯାଇଥିବ । ଫେବ୍ରୁଆରୀ ୧୫ ସୁଦ୍ଧା ତୃତୀୟ ଲହର କମି ଆସିଥିବ ବୋଲି ସେ କହିଛନ୍ତି ।

Comments are closed.