ରାଜ୍ୟରେ ୧୨ ତାରିଖରୁ ସଂକ୍ରମଣ କମିଛି, ଆଉ ୨-୪ ଦିନ ପରେ ଜଣାପଡିବ ପିକ୍ ଛୁଇଁଛି କି ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଓଡିଶାରେ ଗତ ୧୨ ତାରିଖରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି । ଟେଷ୍ଟିଂ କମି ନାହିଁ । ଏବେ ଦୈନିକ ଟେଷ୍ଟିଂ ୭୦ ହଜାର ଉପରେ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ପିକ୍ ଛୁଇଁଛି କି ନାହିଁ ,ତାହା ଜାଣିବାକୁ ଆଉ ୨ରୁ ୪ ଦିନ ଅପେକ୍ଷା କରିବାକୁ ପଡିବ । ଦ୍ୱିତୀୟ ଲହର ବେଳେ ଅନେକ ବିଶେଷଜ୍ଞ କହିଥିଲେ ଯେ, ଜୁଲାଇ ମାସରେ ସଂକ୍ରମଣ କମିବ । କିନ୍ତୁ ଏହା ଅକ୍ଟୋବର ମାସରେ କମିଥିଲା । ଆସନ୍ତା କିଛି ଦିନ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଦେଶରେ ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅପେକ୍ଷା ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.