ରାଜ୍ୟରେ ଆଉ ୫ ହଜାର ୯୦୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣର ତଳ ଉପର ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫ ହଜାର ୯୦୧ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩ ହଜାର ୪୧୯ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୪୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୩୯ ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୩୦, ସୁନ୍ଦରଗଡରୁ ୫୪୫, କଟକରୁ ୪୦୨, ବାଲେଶ୍ୱରରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୯୧, ନୂଆପଡା ଜିଲ୍ଲାରୁ ୧୮୯, ବଲାଙ୍ଗିରରୁ ୧୮୪, ନୟାଗଡରୁ ୧୮୦, କଳାହାଣ୍ଡିରୁ ୧୬୮, ମୟୂରଭଞ୍ଜରୁ ୧୪୯, କେନ୍ଦ୍ରାପଡାରୁ ୧୪୪, ସମ୍ବଲପୁରରୁ ୧୩୮, କେନ୍ଦୁଝରରୁ ୧୨୮, ପୁରୀରୁ ୧୧୭, ନବରଙ୍ଗପୁରରୁ ୧୧୩, ବରଗଡରୁ ୧୦୨, ରାୟଗଡାରୁ ୧୦୧, ଭଦ୍ରକରୁ ୯୬, ଗଞ୍ଜାମରୁ ୯୫, ଅନୁଗୁଳରୁ ୯୩, ଦେବଗଡରୁ ୮୯, କନ୍ଧମାଳରୁ ୮୬, ସୋନପୁରରୁ ୮୬, ଜଗତସିଂହପୁରରୁ ୮୨, ବୌଦ୍ଧରୁ ୭୮, ଢେଙ୍କାନାଳରୁ ୭୩, ଗଜପତିରୁ ୬୯, କୋରାପୁଟରୁ ୬୪, ମାଲକାନଗିରିରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ଆସିଛି ୨୯୧ ମାମଲା ।

ରାଜ୍ୟରେ ଏ ଯାଏଁ ୧୨ ଲକ୍ଷ ୩୧ ହଜାର ୧୬୯ ଜଣ ଲୋକୋ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୧ ଲକ୍ଷ ୫୨ ହଜାର ୨୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୦ ହଜାର ୩୨୭ ରହିଛି ।

Comments are closed.