୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ

ଭୁବନେଶ୍ୱର- ୨୦୨୧ ପାଇଁ ବିଭିନ୍ନ ବର୍ଗରେ ୨୦ ଜଣଙ୍କୁ ମିଳିବ ରାଜ୍ୟପାଳ ପଦକ । ଆଇନ ଶୃଙ୍ଖଳା ଆଇଜି ଏସ. ପ୍ରବୀଣ କୁମାର, ଉତ୍ତରାଂଚଳ ଆଇଜି ଅସିତ କୁମାର ପାଣିଗ୍ରାହୀ, ଭଦ୍ରକ ଏସପି ଚରଣ ସିଂହ ମିନା, ବ୍ରହ୍ମପୁର ଏସପି ପୀନାକ ମିଶ୍ର,ସମ୍ବଲପୁରର ଅତିରିକ୍ତ ଏସପି ତପନ କୁମାର ମହାନ୍ତି, ଭୁବନେଶ୍ୱର ଏସଓଜି ଆସିଷ୍ଟାଂଟ କମାଣ୍ଡାଂଟ୍ ମାଧବାନନ୍ଦ ପ୍ରଧାନଙ୍କୁ ମିଳିବ ରାଜ୍ୟପାଳ ପଦକ । ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଇନସପେକ୍ଟର ଏ.ଶ୍ରୀନିବାସ ଦୋରା, କଟକ ସିଆଇଡି-ସିବିର ଇନସପେକ୍ଟର ରତ୍ନପ୍ରଭା ଶତପଥୀ, ବ୍ରହ୍ମପୁର ଇନସପେକ୍ଟର ସୁରେଶ କୁମାର ତ୍ରିପାଠୀଙ୍କୁ ପ୍ରମୁଖଙ୍କୁ ମିଳିବ ରାଜ୍ୟପାଳ ପଦକ ।

Comments are closed.