ଗଞ୍ଜାମ: ୧୫୦ କେଜି ଗଂଜେଇ ଜବତ, ୫ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ପୋଲିସର ବଡ଼ଗଡ଼ – ମୋହନା ରାସ୍ତାରେ ପେଟ୍ରୋଲିଙ୍ଗ ସମୟ ରେ ବଡ଼ଗଡ଼ ନିକଟ ଡାଳଖାଇ ଠାରେ ପୋଲିସ କୁ ଚକମା ଦେଇ ଗୋଟିଏ ଅଟୋ ଓ ଗୋଟିଏ ମୋଟର ସାଇକଲ ଚାଲିଯାଉଥିବା ବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ l ଅଟୋଟିରେ ଗଂଜେଇ ବୋଝେଇ ହୋଇଥିବା ପୋଲିସ ଯାଞ୍ଚ ବେଳେ ଜଣା ପଡିଥିଲା l ଘଟଣା ରେ ପୋଲିସ ଅଟୋ ସହ, ଏକ ବାଇକ ଜବତ କରିଥିବା ବେଳେ, ୫ ଜଣ ଙ୍କୁ ଗିରଫ କରିଛି l ଭଞ୍ଜନଗର -ବଡ଼ଗଡ଼ ଥାନା ପୋଲିସ ର ପେଟ୍ରୋଲିଙ୍ଗ ସମୟ ରେ ବଡ଼ଗଡ଼ -ମୋହନା ରାସ୍ତା ଡାଳଖାଇ ନିକଟରେ ୧୫୦ କେଜି ଗଂଜେଇ ବୋଝେଇ ଅଟୋ ସହ ବାଇକ ଜବତ, ୫ ଗିରଫ l ଜବତ ଗଂଜେଇ ୧୫୦ କେଜି ହୋଇଥିବା ବେଳେ ଗିରଫ ମାନେ ସମସ୍ତେ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳ ର ହୋଇଥିବା ପୋଲିସ ତଦନ୍ତ ରୁ ଜଣାପଡିଛି l

Comments are closed.